କାଲିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତାକାଲିଠୁ କାଉଣ୍ଟରରେ ମଦ ମିଳିବ। ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଧାର୍ଯ୍ୟ ମୂଲ୍ୟ ଅନୁସାରେ ମଦ ବିକ୍ରି ହେବ। ମଦ ବିକ୍ରି ସମୟରେ କାଉଣ୍ଟର ସମ୍ମୁଖରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା ଦୋକାନୀ କରିବେ। ଏଥିପାଇଁ ଦୋକାନରେ ଅଧିକ କର୍ମଚାରୀଙ୍କୁ ନିୟୋଜନ କରାଯିବ। ଏଥିସହିତ ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ଇ-ଟୋକନର ବ୍ୟବସ୍ଥା ହେବ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।
ସେହିପରି ଦୋକାନରେ ଯେପରି ସାମାଜିକ ଦୂରତା ବଜାୟ ରୁହେ ସେଥିପ୍ରତି ଦୋକାନୀ ଧ୍ୟାନ ଦେବେ। ଏହି ସମୟରେ ଉଭୟ ଦୋକାନୀ ଓ ଗ୍ରାହକ ମାସ୍କ ପରିଧାନ କରିବା ଜରୁରୀ। ଯଦି ନିୟମ ଉଲଂଘନ ହୁଏ ତେବେ ଜିଲ୍ଲାପାଳ ଦୋକାନ ବନ୍ଦ କରିପାରିବେ ବୋଲି ଜଣାପଡ଼ିଛି। ଏଥିସହିତ ପୂର୍ବପରି ମଦ ହୋମ ଡେଲିଭରି ମଧ୍ୟ ଜାରି ରହିବ।