ମନ୍ଦିର ଖୋଲିବା ଦାବିରେ ବାଜିବ ଘଣ୍ଟି

ଭୁବନେଶ୍ୱର, ଏନ୍ଏନ୍ଏସ୍: ମନ୍ଦିର ଖୋଲିବା ଦାବିରେ ଆଜି ସେବାୟତମାନେ ଘଣ୍ଟିଘଣ୍ଟା ବଜାଇ ପ୍ରତିବାଦ କରିବେ। ସେମାନେ କହିଛନ୍ତି ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ । ଆଜି ସକାଳ ୯ଟାରେ ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା । ଏନେଇ ପୂର୍ବରୁ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ଓଡ଼ିଶା ମନ୍ଦିର ସେବାୟତ ସଂଘ। ଅପରପକ୍ଷେ ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଗତକାଲି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ। ପୁରୀ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଧାରଣାରେ ବସିଥିବା ସେବାୟତଙ୍କ ସହ ଆଲୋଚନା କରିଥିଲେ ।