ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଟିକାକୁ ନେଇ ଆସିଲା ଆଉ ଏକ ଖୁସି ଖବର । ଆଗାମୀ ୧୦ ଦିନ ମଧ୍ୟରେ ସାରା ଦେଶରେ ହୋଇପାରେ ଟିକାକରଣ। ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ସାରାଦେଶ ରେ ୩୭ଟି ସ୍ଥାନରେ ଟିକା ଷ୍ଟୋର କରାଯାଇଛି। ସେଠାରେ  ପର୍ଯ୍ୟାୟକ୍ରମେ ଟିକା ବିତରଣ କରାଯିବ।ଟିକାନେବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାମାନେ ରେଜିଷ୍ଟ୍ରେସନ କରିବା ଆବଶ୍ୟକ। ସେମାନଙ୍କ ଡାଟାବେସ ସରକାରଙ୍କ ପାଖରେ ଅଛି।