ତୀର ମାଡ଼ରେ ଫାଣ୍ଡି ଅଧିକାରୀ ଗୁରୁତର

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଟେନସା ଫାଣ୍ଡି ଅଧିକାରୀ ଏକେ ବେହେରାଙ୍କୁ ମଦ ମାଫିଆମାନେ ତୀର ମାଡ଼ କରିଥିବା ଜଣାପଡ଼ିଛି। ତାଙ୍କ ପିଠିରେ ତୀର ପଶିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଶ୍ରୀ ବେହେରେ ଉକ୍ତ ଅଞ୍ଚଳରେ ଚୋରା ମଦ ବେପାରୀଙ୍କୁ ଧାରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ତୀର ମାଡ଼ ହୋଇଥିଲା।