ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ନାବାଳକ: ପୋକ୍ସୋ କୋର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାକୁ ନେଇ ସାରା ସହର ସରଗରମ ରହିଥିବା ବେଳେ ଏଥିରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାକୁ ନାବାଳକ ବୋଲି କୋର୍ଟ ଘୋଷଣା କରିଛି। ଏନେଇ ଗତକାଲି ପ୍ରମାଣ ପତ୍ର ଦାଖଲ କରାଯାଇଥିଲା।

ସୂଚନା ଅନୁସାରେ ପରୀ ହତ୍ୟା ପରେ ପରୀର ପରିବାର ଲୋକେ ନ୍ୟାୟ ପାଇଁ ଆତ୍ମାହୁତୀ ଉଦ୍ୟମ କରିଥିଲେ। ଏନେଇ ବିଧାନସଭା ଅଧିବେଶନରେ ମଧ୍ୟ ବିରୋଧୀ ଦଳ ନେତା ଗର୍ଜନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଘଟଣାରେ ଏସଆଇଟି ଟିମ ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହି ଘଟଣାକୁ ଯାଞ୍ଚକରି ଏହାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲେ। ତେବେ ଆଜି ସରୋଜକୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ଦିଆଯାଇଥିବା କାଗଜ ପତ୍ରକୁ ଆଧାର କରି ସରୋଜକୁ ନାବାଳକ ବୋଲି ଘୋଷଣା କରାଯାଇଛି।