ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଧୀରେ ଧୀରେ କରୋନା ମୁକ୍ତ ହେଉଛି। ଆଜି ଝାରସୁଗୁଡା ପୌରପରିଷଦରୁ ଜଣେ ଏବଂ ଲଇକେରା ବ୍ଲକରୁ ଜଣେ ମୋଟ୍ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବେଲପାହାଡ ପୌରପରିଷଦ, ବ୍ରଜରାଜନଗର ପୌରପରିଷଦ, ଲଖନପୁର ବ୍ଲକ, କୋଲାବିରା ବ୍ଲକ, ଝାରସୁଗୁଡା ବ୍ଲକ ଓ କର୍ମିରା ବ୍ଲକରେ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪ଶହ ୧୩କୁ ପହଞ୍ଚିଥିବା ବେଳେ ୭ ହଜାର ୩ଶହ ୧୦ଜଣ ସୁସ୍ଥ ହୋଇଛନ୍ତି । ୭୭ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୬ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।