କରୋନା କଟକଣା ଉଲ୍ଲଂଘନ: ପେଟ୍ରୋଲ ପମ୍ପ ସିଲ ସହ ୫୦ ହଜାର ଟଙ୍କା ଜୋରିମାନା

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: କରୋନା ଦିନକୁ ଦିନ ଭୟାନକ ହେଉଥିବା ବେଳେ ସାମାଜିକ ଦୂରତା ମାନୁନଥିବା ଲୋକଙ୍କ ଉପରେ ନିଆଯାଉଛି କଠୋର କାର୍ଯ୍ୟାନୁଷ୍ଠାନ। ଏହାରି ଭିତରେ ସୁବର୍ଣ୍ଣପୁରର ଏକ ପେଟ୍ରୋଲ ପମ୍ପକୁ ସିଲ କରିବା ସହ ଜୋରିମାନା ଆଦାୟ କରିଛି ଜିଲ୍ଲା ପ୍ରଶାସନ। ଉକ୍ତ ପେଟ୍ରୋଲ ପମ୍ପରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମାଜିକ ଦୂରତା ସମେତ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ। ପେଟ୍ରୋଲ ପମ୍ପ ଚାରିପଟେ ବାଉଂଶ ବାରିକେଡ କରାଯାଇଛି। ସେହିପରି ଗତକାଲି ବିଭିନ୍ନ ସ୍ଥାନରେ କରୋନା କଟକଣା ଉଲ୍ଲଂଘନକୁ ନେଇ ଜିଲ୍ଲାର ୩ ବ୍ୟବସାୟୀ ପ୍ରତିଷ୍ଠାନକୁ ମଧ୍ୟ ସିଲ କରାଯିବା ସହ ଜୋରିମାନା ହୋଇଛି।