ନୂଆଦିଲ୍ଲୀ: ଅନେକ ପ୍ରୟାସ ସତ୍ତେ୍ୱ ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟାରେ ୨୨ ହଜାର ୭୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୪୨ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ଏପର୍ଯ୍ୟନ୍ତ ୬ଲକ୍ଷ ୪୮ହଜାର ୩୧୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୮ ହଜାର ୬୫୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଲକ୍ଷ ୯୪ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୩୫ ହଜାର ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରରେ ସବୁଠୁ ଅଧିକ ସକ୍ରିୟ ମାମଲା ରହିଥିବାବେଳେ ଏବେସୁଦ୍ଧା ୭୯ ହଜାରରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀ, ତାମିଲନାଡ଼ୁ, ଗୁଜରାଟ ଓ ପଶ୍ଚିମଙ୍ଗ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬,୩୬୪, ତାମିଲନାଡ଼ୁରେ ୪,୩୨୯, ଦିଲ୍ଲୀରେ ୨,୫୨୦, ତେଲେଙ୍ଗାନାରେ ୧,୮୮୨ ଓ କର୍ଣ୍ଣାଟକରେ ୧,୬୯୪ ମାମଲା ସାମ୍ନାକୁ ଆସିଛି।