ରାଜ୍ୟରେ ଆଉ ୪୯୫ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୨୧୬

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ ଓ ୧୪୦ଟି ସ୍ଥାନୀୟ ମାମଲା ରହିଛି। ଏଥିସହିତ ଗଞ୍ଜାମରେ ସର୍ବାଧିକ ୨୧୬ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୬୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୬ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡ଼ରୁ ୩୬, ମୟୁରଭଞ୍ଜରୁ ୨୮, ଅନୁଗୁଳରୁ ୨୪, ପୁରୀରୁ ୧୮, ବାଲେଶ୍ୱର ଓ କଟକରୁ ୧୩ ଲେଖାଏଁ, ଭଦ୍ରକ ଓ ଜଗତସିଂହପୁରରୁ ୧୨ ଲେଖାଏଁ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ୧୧ଲେଖାଏଁ ରହିଛନ୍ତି। ସେହିପରି ଝାରସୁଗୁଡ଼ା ଓ କନ୍ଧମାଳରୁ ୮ ଲେଖାଏଁ, ଗଜପତିରୁ ୭, ସମ୍ବଲପୁରରୁ ୬, କେଉଁଝର, କୋରାପୁଟ ଓ ମାଲକାନଗିରିରୁ ୫ ଲେଖାଏଁ, ବରଗଡ଼ ଓ ସୋନପୁରରୁ ୨ ଲେଖାଏଁ, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୮୭ ହଜାର ୯୦ଜଣଙ୍କର କରୋନା ଟେଷ୍ଟ ହୋଇଥିବାବେଳେ ୮,୬୦୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇଛନ୍ତି ଓ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨ହଜାର ୮୫୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।