ଭାରତରେ ୨୪ ଘଣ୍ଟାରେ ୯୬,୪୨୪ ନୂଆ କରୋନା ପଜିଟିଭ ଚିହ୍ନଟ, ୧,୧୭୪ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ମହାମାରୀ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ଦୈନନ୍ଦିନ କରୋନା ମାମଲା ବଢ଼ି ଚାଲିଛି। ସରକାରଙ୍କ ଦ୍ୱାରା ଏହାକୁ ରୋକିବାକୁ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଅନଲକ ପ୍ରକ୍ରିୟା ପରେ ଅମାନିଆ ଲୋକଙ୍କ ପାଇଁ ସଂକ୍ରମଣ ବଢ଼ିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଦେଶରେ ୯୬ ହଜାର ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୧୭୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ କରୋନା ପଜିଟିଭ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮ରେ ପହଞ୍ଚିଛି।

ତେବେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୧୦ ଲକ୍ଷ ୧୭ ହଜାର ୭୫୪ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଲକ୍ଷ ୧୨ ହଜାର ୫୫୨ ଜଣ ସୁସ୍ଥ ହୋଇଥିବାବେଳେ ୮୪ ହଜାର ୩୭୨ ଜଣଙ୍କ ମୃତ୍ୟୁ ହୋଇଛି।