ଦିଲ୍ଲୀରେ ପୁଣି କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ପୁଣି ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ଘଟିଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ହ୍ରାସ ହୋଇ ୮୧.୧୪ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୩୫ ପଇସା ହ୍ରାସ ହୋଇ ୭୨.୦୨ ଟଙ୍କାରେ ପହଞ୍ଚିଛି। ଏନେଇ ଆଇଓସିଏଲ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କରୋନା ମହାମାରୀ କାରଣରୁ ତେଲର ଚାହିଦା କମ ରହିଛି, ଫଳରେ ବର୍ତ୍ତମାନ ତେଲ ଦର ବୃଦ୍ଧି ହେବାର ସମ୍ଭାବନା ନଥିବା କୁହାଯାଇଛି।