ଦେଶରେ ପୁଣି ରେକର୍ଡ କଲା କରୋନା ସଂକ୍ରମଣ ଓ ମୃତ୍ୟୁ ମାମଲା: ଦିନକରେ ୫୬,୨୮୩ ପଜିଟିଭ ଓ ୯୦୪ ମୃତ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬ ହଜାର ୨୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାର ୫୩୮କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୯୦୪ ରୋଗୀ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯ରେ ପହଞ୍ଚିଛି। ଦେଶରେ ଏବେ ୫ ଲକ୍ଷ ୯୫ ହଜାର ୫୦୧ ସକ୍ରିୟ ରୋଗୀ ଥିବାବେଳେ ୧୩ ଲକ୍ଷ ୨୮ ହଜାର ୩୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।