ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୩,୫୮୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୬ ମୃତ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୩ ହଜାର ୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ଏଥିସହିତ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୩ରେ ପହଞ୍ଚିଛି। ସେଥିରୁ ୧ ଲକ୍ଷ ୬୩ ହଜାର ୨୪୮ ଜଣ ଚିକିତ୍ସାଧୀନ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୭୩ ରହିଛି। ଅନ୍ୟପଟେ ଦେଶରେ ୨ ଲକ୍ଷ ୪ ହଜାର ୭୧୦ ଜଣ ସୁସ୍ଥ ହୋଇଥିବା ବେଳେ ଏହା ଆକ୍ରାନ୍ତଙ୍କ ତୁଳନାରେ ୫୩.୭୯ ପ୍ରତିଶତ ରହିଛି, ଯାହାକି ବିଶ୍ୱ ସୁସ୍ଥ ହାର ତୁଳନାରେ ପଛରେ ରହିଛି।

ଦେଶରେ ମହାରାଷ୍ଟ୍ରରୁ ସର୍ବାଧିକ କରୋନା ଆକ୍ରାନ୍ତ ୬୦ ହଜାର ୮୩୮ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରୁ ୨୮ ହଜାର ୬୪୧ ଓ ଦିଲ୍ଲୀରୁ ୨୧ ହଜାର ୩୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟଗୁଡ଼ିକରେ ରାଜସ୍ଥାନ ପ୍ରଥମ ଓ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି।