ଆଜି ରାଜ୍ୟରୁ ୧୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରୁ ଆଉ ୧୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରେ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ରହିଥିବା ବେଳେ ସାଧାରଣର ୨୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୧୧ ଜଣ ପଶ୍ଚିମ ବଙ୍ଗଳାରୁ ଅମ୍ଫାନ କାର୍ଯ୍ୟରେ ଯୋଗଦେଇ ଫେରିଥିଲେ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରୁ ୨୮ଜଣ, ବାଲେଶ୍ୱରରୁ ୨୧ ଜଣ, କଟକରୁ ୨୦ ଜଣ, ଖୋର୍ଦ୍ଧା ଓ ଯାଜପୁରରୁ ୮ ଜଣ ଲେଖାଏଁ, ପୁରୀରୁ ୭ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ମୟୁରଭଞ୍ଜ ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୨ଜଣ ଲେଖାଏଁ ଓ ଅନୁଗୁଳ, ଜଗତସିଂହପୁର, ନୟାଗଡ଼, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭ରେ ପହଞ୍ଚିଥିବା ବେଳେ ସୁସ୍ଥ ସଂଖ୍ୟା ୩,୧୪୪ ରହିଛି। ସେହିପରି ୧,୫୧୯ ଜଣ ଚିକିତ୍ସାଧୀନ ଥିବା ସୂଚନା ରହିଛି।