ହତ୍ୟା ମାମଲାର ଶୁଣାଣି: ଦୋଶୀକୁ ଆଜୀବନ ଶଶ୍ରମ କାରାଦଣ୍ଡ

ବାଲିଗୁଡା,ଏନ୍ଏନ୍ଏସ୍: ଏକ ହତ୍ୟା ମାମଲାର ବିଚାରର ଶୁଣାଣି କରି ଅତରିକ୍ତ ଜିଲ୍ଲା ଜଜ୍ ଦିଲ୍ଲୀପ କୁମାର ବିଶ୍ୱାଳ ଦୋଶୀକୁ ଆଜୀବନ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଚକାପାଦ ଥାନା ଅନ୍ତର୍ଗତ ନନ୍ଦିନୀ ଗ୍ରାମର ବିଭୀଷଣ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ସ୍ତ୍ରୀ କୁନି ମାହପାତ୍ର ଦୁଇଟି ଛୁଆଙ୍କୁ ଧରି ରହୁଥିଲେ। ଏହି କୁନୀ ମହାପାତ୍ରଙ୍କ ଘରକୁ ନିକଟସ୍ଥ ପସରା ଗ୍ରାମର କାଳୀ ମନ୍ଦିର ପୁଜାରୀ ଅକ୍ଷୟ ରଣା ଯିବା ଆସିବା କରୁଥିଲେ। ନନ୍ଦିନୀ ଗ୍ରାମର ଗ୍ରାମବାସୀ କୁନୀ ମହାପାତ୍ର ଓ ଅକ୍ଷୟ ରଣାଙ୍କ ଅନୈତିକ ସମ୍ପର୍କକୁ ସନ୍ଦେହ କରି ଗ୍ରାମବାସୀ ଏହି ଦୁଇଜଣଙ୍କୁ ସମ୍ପର୍କ ନରଖିବାକୁ ତାଗିତ କରିଥିଲେ।

ଗତ ୨୦୧୮ ମସିହା ଜାନୁଆରୀ ୨ ତାରିଖ ଦିନ ପୌଷ ପୂର୍ଣ୍ଣିମା ଗ୍ରାମରେ ପାଳନ ଚାଲିଥିବା ବେଳେ ନନ୍ଦିନୀ ଗ୍ରାମର ଭଗବାନ ପ୍ରଧାନ ଅକ୍ଷୟ ରଣା-କୁନୀ ମହାପତ୍ରଙ୍କ ଘରେ ଉପସ୍ଥିତ ଥିବାର ଜାଣି ରାତ୍ର ୯ଟା ସମୟରେ ଏକା ବିରୋଧ କରିବା ନିମନ୍ତେ ଜାଇଥିଲେ। ତା’ ପରଦିନ ଅର୍ଥାତ ୨୦୧୮ ଜାନୁଆାରୀ ୩ ତାରିଖ ଦିନ ସକାଳ ସମୟରେ ନନ୍ଦିନୀ ଗ୍ରାମର ଗ୍ରାମବାସୀ ଭଗବାନ ପ୍ରଧାନଙ୍କ ରକ୍ତାକ୍ତ ଅବସ୍ଥାରେ ଥିବା ମୃତଦେହ ଶିବପୃଷ୍ଟିଙ୍କ ଘର ପଛପଟେ ଦେଖିବାକୁ ପାଇଥିଲେ। ଏବଂ ଘୋଷରା ଦାଗ କୁନି ମହାପତ୍ରଙ୍କ ଘରପଛପଟ ପର୍ଯ୍ୟନ୍ତ ଦେଖିବାକୁ ପାଇଥିଲେ। ଏହାପରେ ଘଟଣାସ୍ଥଳରେ ମୃତକଙ୍କ ଭାଇ ପ୍ରତାପ ପ୍ରଧାନ ଚକାପାଦ ଥାନାରେ ଏତଲା ଦାଏର କରିଥିଲେ। ଏହାକୁ ନେଇ ଚକାପାଦ ଥାନା କେସ୍ ନଂ-୦୧/୨୦୧୮ରେ ମାମଲା ରୁଜୁ କରିିଥିଲେ।

ଏହି ଘଟଣାର ଆଜି ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତ ଅକ୍ଷୟ ରଣାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଫା ୩୦୨ ଆଇପିସିରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା କରି ଏହାର ଶୁଣାଣି କରିଛନ୍ତି ଏବଂ ଅଭିଯୁକ୍ତ କୁନି ମହାପାତ୍ରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।ସରକାରଙ୍କ ତରଫରୁ ଅତିରିକ୍ତ ପିପି ଶୁଧାଶୁ ମୋହନ ପତି ଉକ୍ତ ମାମଲାକୁ ପରିଚାଳନା କରୁଥିଲେ ।