ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳ ଭିନ୍ନ ଭିନ୍ନ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି । ଶିବସେନା ଓ ଟିଡିପି ପରେ ଏବେ ଝାଡ଼ଖଣ୍ଡର କ୍ଷମତାଧାରୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଲାଗି ସମର୍ଥନ ଘୋଷଣା କରିଛି ।

ଜେଏମଏମ ଅଧ୍ୟକ୍ଷ ଶିବୁ ସୋରେନ କହିଛନ୍ତି ଯେ, ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ସ୍ୱାଧୀନତା ପରେ ପ୍ରଥମଥର ପାଇଁ କୌଣସି ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ହେବାର ଗୌରବ ପ୍ରାପ୍ତ ହେବାକୁ ଯାଉଛି । ସେଥିପାଇଁ ଆମେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ନିଷ୍ପତ୍ତି ନେଇଛୁ । ସମସ୍ତ ସାଂସଦ ଓ ବିଧାୟକଙ୍କୁ ସୂଚିତ କରାଯାଉଛି କି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ମତଦାନ କରନ୍ତୁ ।