ମାଲଦ୍ୱୀପରୁ ସିଙ୍ଗାପୁର ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇ ଯାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ସାଉଦି ଏୟାରଲାଇନ୍ସର ଏକ ବିମାନ ରାଷ୍ଟ୍ରପତି ଗୋଟବାୟାଙ୍କୁ ମାଲଦ୍ୱୀପରୁ ନେଇ ସିଙ୍ଗାପୁରର ଚାଙ୍ଗୀ ଏୟାରପୋର୍ଟରେ ପହଞ୍ଚାଇଛି । ଗୋଟବାୟା ସିଙ୍ଗାପୁର ପହଞ୍ଚିବା ନେଇ ସିଙ୍ଗାପୁର ସରକାର ବୟାନ ଜାରି କରିଛନ୍ତି ।

ସିଙ୍ଗାପୁର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ବ୍ୟକ୍ତିଗତ ଯାତ୍ରାରେ ସିଙ୍ଗାପୁର ପ୍ରବେଶ କରିଛନ୍ତି । ସେ ଶରଣ ମାଗି ନାହାନ୍ତି କି ଆମେ ତାଙ୍କୁ ଶରଣ ଦେଇନାହୁଁ । ସାଧାରଣତଃ ସିଙ୍ଗାପୁର ଶରଣ ଦେଇନଥାଏ ।