କୋଟିଆରେ ଜିଲ୍ଲା ପରିଷଦ ନିର୍ବାଚନ: ସର୍ବଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ୱାଧୀନ ପ୍ରାର୍ଥୀ

କୋରାପୁଟ,ଏନ୍ଏନ୍ଏସ୍: ବିବାଦୀୟ କୋଟିଆ ପଟାଙ୍ଗି ଜୋନ୍ -୨ ଜିଲା ପରିଷଦ ସଦସ୍ୟଙ୍କ ପାଇଁ ସହମତି ଭିତ୍ତିରେ ଏକକ ପ୍ରାର୍ଥୀ ମନୋନୀତ କରିବାକୁ ସର୍ବଦଳୀୟ ଯୋଜନାକୁ ବିଫଳ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ଫେବୃଆରୀ ୧୮ ରେ ମତଦାନ ହେବାକୁ ଥିବା ଏହି ନିର୍ବାଚନରେ ସର୍ବଦଳୀୟ ନିଷ୍ପତି ପରେ ମଧ୍ୟ ସ୍ୱାଧୀଣ ପ୍ରାର୍ଥୀ ପତ୍ର ଦାଖଲ କରିବା ଆନ୍ଧ୍ରର ଦଲାଲୀ ବୋଲି କହିଛନ୍ତି ସର୍ବଦଳୀୟ କମିଟି।

ଏହି ଅଞ୍ଚଳରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ନିର୍ବାଚନ ଲଢ଼ିଳବେ। ତେବେ ଆଲୋଚନା ପରେ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ଆନ୍ଧ୍ରପ୍ରଦେଶ ପ୍ରଶାସନ କୋଟିଆ ନିର୍ବାଚନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ଉପୁଜିଥୀବା ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ସର୍ବଦଳୀୟ ବୈଠକରେ ଚର୍ଚ୍ଚା ହୋଇଥିଲା।

ପଟ୍ଟାଙ୍ଗୀର ସିପାହୀପୁଟ ଗାଁରେ ବସିଥିବା ବୈଠକରେ ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, କେରାପୁଟ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ରାମଚନ୍ଦ୍ର କାଡାମ, ବିଜେପି ତରଫରୁ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ବରିଷ୍ଠ ନେତା ତଥା ଅନ୍ୟ କର୍ମକର୍ତ୍ତା, କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ ଆଦି ଉପସ୍ଥିତ ଥିଲେ। ଜଣେ ଡିଏସପି, ଜଣେ ଆଡସିନାଲ ଏସ୍‌ପି, ୪ ଜଣ ଆଇଆଇସି ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।

ତିନି ପ୍ରମୁଖ ରାଜନୈତିକ ଦଳ- ବିଜେଡି, ବିଜେପି ଏବଂ କଂଗ୍ରେସ ସର୍ବସମ୍ମତି କ୍ରମେ ଜିଲା ପରିଷଦ ସଦସ୍ୟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୌଣସି ରାଜନୈତିକ ନେତାଙ୍କ ସମ୍ପର୍କୀୟ ନ ଥିବାରୁ ମମତା ଜାନି ସହମତି ପ୍ରାର୍ଥୀ ଭାବରେ ମନୋନୀତ ହୋଇଥିଲେ। କୋଟିଆ ପଞ୍ଚାୟତର ୨୮ ଟି ରାଜସ୍ୱ ଗାଁର ୧୩ ଟି ୱାର୍ଡରେ ୫୦୦୦ ରୁ ଅଧିକ ଯୋଗ୍ୟ ଭୋଟର ଅଛନ୍ତି ଏବଂ ଫେବୃଆରୀ ୧୮ ରେ ମତଦାନ ଅନୁଷ୍ଠିତ ହେବ।