୭୩ ତମ ଗଣତନ୍ତ୍ର ଦିବସ: ୬ ଜଣ ଜବାନଙ୍କୁ ମିଳିବ ସୌର୍ୟ ଚକ୍ର

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ଦେଶ ୭୩ ତମ ସାଧରଣତନ୍ତ୍ର ଦିବସ ପାଳନ କରିବ। ଏହି ଅବସରରେ ୬ ଜଣ ଜବାନଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ଶାନ୍ତି ପୁରସ୍କାର ସୌର୍ୟ ଚକ୍ର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ମରୋଣତ୍ତୋରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।
୧୭ ମଦ୍ରାସ ରୋଜିମେଣ୍ଟର ନାଏବ ସୁବେଦାର ଶ୍ରୀଜିଥ ଏମ୍ଙ୍କୁ ମରୋଣତ୍ତୋରରେ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ଜୁଲାଇ ୨୦୨୧ ମସିହାରେ ଜମ୍ମୁ-କଶ୍ମୀରରେ ଏକ ଅପରେସନକୁ ଲିଡ କରୁଥିବା ବେଳେ ଜଣେ ଆତଙ୍କବାଦୀଙ୍କୁ ନିହତ କରିଥିଲେ।

ରାଜପୁତ ରେଜିମେଣ୍ଟର ହାବିଲଦାର ଅନୀଲ କୁମାର ତୋମାରଙ୍କୁ ମରୋଣତ୍ତୋରରେ ଏହି ପୁରସ୍କାର ଦିଆଯିବ। ସେ ବର୍ଷ ୨୦୨୦ ଡସେମ୍ବର ମାସରେ ଜମ୍ମୁ କଶ୍ମୀରରେ ଏକ କମ୍ବାଟ ଅପରେସନକୁ ଲିଡ କରି ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ସେହିପରି ହାବିଲଦାର କାଶୀରାଏ ବାମନାଲୀ, ଜଟ ରେଜିମେଣ୍ଟର ହାବିଲଦାର ପିଙ୍କୁ କୁମାର, ସିପୋଏ ମାରୁପୋରଲୁ ଜଶୱନ କୁମାର ରେଡ୍ଡିଙ୍କୁ ମରୋଣତ୍ତୋରରେ ଏହି ପୁରସ୍କାର ପ୍ରଦାନ କରାଯିବ।
ଅନ୍ୟପଟେ ୫ ଆସାମ ରାଇଫଲର ରାଇଫଲମ୍ୟାନ୍ ରାକେଶ ଶର୍ମାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ୨୦୨୧ ମସିହା ଜୁଲାଇ ମାସରେ ଆସାମରେ ୨ ଜଣ ସନ୍ଦିଗ୍ଧଙ୍କୁ ନିହତ କରିଥିଲେ।