ବର୍ଷ ୨୦୨୨ ପାଇଁ ପଦ୍ମ ସମ୍ମାନ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ବର୍ଷ ୨୦୨୨ ପାଇଁ ପଦ୍ମ ସମ୍ମାନ ଘୋଷଣା ହୋଇଯାଇଛି। ଏଥିରେ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରେ ଦେଶ ସେବା ପାଇଁ ସିଡିଏସ୍ ଜେନେରାଲ ବିପିନ ରାୱତ୍, ଜନସମ୍ପର୍କ କ୍ଷେତ୍ରରେ କଲ୍ୟାଣ ସିଂହ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଧେଶ୍ୟାମ ଖେମକାଙ୍କୁ ମରୋଣତ୍ତୋରରେ ଏହି ସମ୍ମାନ ଦିଆଯିବ। ସେହିପରି କଳା କ୍ଷେତ୍ର ପାଇଁ ପ୍ରଭା ଆତ୍ତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।

ସେହିପରି ପଦ୍ମ ଭୂଷଣ ସମ୍ମାନ ପାଇଁ ୧୭ ଜଣଙ୍କ ନାମ ଘୋଷଣା କରାଯାଇଛି। ସେଥିରେ ଜନସମ୍ପର୍କ କ୍ଷେତ୍ରରେ ଗୁଲାମ ନବୀ ଆଜାଦ, କଳା କ୍ଷେତ୍ରରେ ଭିକ୍ଟର ବାନାର୍ଜୀ, କଳା କ୍ଷେତ୍ରରେ ଗୌତମ ବୱା(ମରଣୋତ୍ତର), ଜନସମ୍ପର୍କ କ୍ଷେତ୍ରରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଶିଳ୍ପ କ୍ଷେତ୍ରରେ ନଟରାଜନ ଚନ୍ଦ୍ରଶେଖରନ୍, ଶିଳ୍ପ କ୍ଷେତ୍ରରେ କ୍ରିଷ୍ଣା ଇଲ୍ଲା ଓ ସୁଚିତ୍ରା ଇଲ୍ଲା(ଯୋଡି), ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମାଧୁର ଜେଫ୍ରି, କ୍ରୀଡ଼ା ପାଇଁ ଦେବେନ୍ଦ୍ର ଜଝରିଆ, କଳା କ୍ଷେତ୍ରରେ ରାଶିଦ ଖାନ, ଦେଶ ସେବା ପାଇଁ ରାଜୀବ ମହର୍ଷି, ଶିଳ୍ପ କ୍ଷେତ୍ରରେ ସତ୍ୟ ନାରାୟଣ ନାଡେଲା, ଶିଳ୍ପ କ୍ଷେତ୍ରରେ ସୁନ୍ଦରାରାଜନ ପିଚାଇ, ଶିଳ୍ପ କ୍ଷେତ୍ରରେ ସାଇରସ୍ ପୁନାୱାଲା, ବିଜ୍ଞାନ କ୍ଷେତ୍ରରେ ସଞ୍ଜୟ ରାଜନ(ମରଣୋତ୍ତର), କଳା ଓ ଶିକ୍ଷା କ୍ଷେତ୍ରରେ ପ୍ରତିଭା ରାଏ, କଳା ଓ ଶିକ୍ଷା କ୍ଷେତ୍ରରେ ସ୍ୱାମୀ ସଚ୍ଚିଦାନନ୍ଦ ଓ କଳା ଓ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ତ୍ରିପାଠୀଙ୍କୁ ଏହି ସମ୍ମାନ ଦିଆଯିବ। ଏଥିସହିତ ୧୦୭ ଜଣଙ୍କ ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଛି।