ଦେଓଗାଁ ବ୍ଲକ ଅଧକ୍ଷାଙ୍କ ସ୍ୱାମୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଧାରଣାରେ ବସିଲେ କଂଗ୍ରେସ କର୍ମୀ

ଦେଓଗାଁ,ଏନ୍ଏନ୍ଏସ୍: ସରକାରୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ଵାମୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଦେଓଗାଁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ଧାରଣାରେ ବସିଥିବା ଜଣାପଡ଼ିଛି। ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ସରକାରୀ କାର୍ୟ୍ୟକ୍ରମ କରିବା ବଦଳରେ ତାଙ୍କ ସ୍ୱାମୀ ଲକ୍ଷଣ ମେହେର ବ୍ଲକର ସବୁ କାର୍ଯ୍ୟରେ ହସ୍ତକ୍ଷେପ କରି ଦଳୀୟ କାର୍ୟ୍ୟକ୍ରମ ଚଳାଇଥିବା କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ବ୍ଲକ ସଭାପତି ଯୁଗେଶ୍ୱର ସାହୁ, ବିଧାୟକଙ୍କ ବ୍ଲକ ପ୍ରତିନିଧି କାନ୍ତେଶ୍ୱରର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ଅସିତ ମିଶ୍ର, ମୟ ପ୍ରଧାନୀ, ମନବୋଧ ହରପାଳ, ରାଜୀବ ପଟେଲ, ହରିଚନ୍ଦ୍ର ଭୋଇ, ମାର୍କଣ୍ଡ ମେହେର, ସୁନ୍ଦର ମଣୀ ଦଣ୍ଡସେନା, ନେତ୍ରାନନ୍ଦ ଦୀପ, ଏକାନନ ବୁଦ୍ଧିଆ, ରାଜେନ୍ଦ୍ର ବିଶ୍ୱାଳ ଓ ବିକାଶ ସାହୁ ଉପସ୍ଥିତ ଥିଲେ।