ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସୁଜଳ’ ଲୋକାର୍ପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଜନା ‘ସୁଜଳ’ ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା ଭୁବନେଶ୍ୱର ଓ ପୁରୀର ୧୨ଟି ଜାଗାରେ ଟ୍ୟାପ୍ ଯୋଗେ ପାନୀୟ ଜଳ ମିଳିପାରିବ। ଭୁବନେଶ୍ୱର ଓ ପୁରୀ ସହରରେ ୧.୮ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟର ୧୫ଟି ସହରରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଯିବ ଯଦ୍ୱାରା ୧୫ଲକ୍ଷ ଲୋକ ଉପକୃତ ହେବେ। ସମୃଦ୍ଧ ଅର୍ଥନୀତି ପାଇଁ ସୁସ୍ଥ ଜୀବନ ନିହାତି ଦରକାର। ସୁସ୍ଥ ଜୀବନ ପାଇଁ ଶୁଦ୍ଧ ପାନୀୟ ଜଳ ଅତ୍ୟନ୍ତ ଜରୁରୀ। ଟ୍ୟାପରୁ ପିଇବା ପାଣି ଯୋଗୁ ପୁରୀରୁ ପ୍ଲାଷ୍ଟିକ ଆବର୍ଜନା କମିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳରେ ପ୍ରତି ଘରକୁ ପିଇବା ପାଣି ମିଳିବ। ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣି ଯୋଗାଇବାରେ ଓଡ଼ିଶା ପ୍ରଥମ ହେବ।