ତୈଳ ଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପରେ କଂଗ୍ରେସର ଅଭିନବ ପ୍ରତିବାଦ

ପାଟଣାଗଡ଼,ଏନ୍ଏନ୍ଏସ୍: ତୈଳ ଦର ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ପ୍ରତିବାଦ କରି ପାଟଣାଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ସହରରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖରେ ଅଭିନବ ପ୍ରତିବାଦ କରାଯାଇଛି। ଏହି ଅବସରରେ ଜନସାଧାରଣଙ୍କୁ ଦରଦାମ ବୃଦ୍ଧି ବିରୁଦ୍ଧରେ ସଚେତନ କରାଯିବା ସହ ମିଠା ଖୁଆଇ ଦସ୍ତଖତ ଅଭିଯାନ କରାଯାଇଥିଲା। ପ୍ରତିଦିନ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଥିବାବେଲେ ଆଜି ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୪ ଟଙ୍କା, ଡିଜେଲ ୧୦୧ ଟଙ୍କା ଓ ରନ୍ଧନ ଗ୍ୟାସ ୯୦୦ ଟଙ୍କାରେ ପହଂଚିଛି। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଅନୀଲ ମେହେର, ସିଦ୍ଧାର୍ଥ ମିଶ୍ର, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ନଗର ସଭାପତି ଜୟକୃଷ୍ଣ ମେହେର, ବସନ୍ତ ଧରୁଆ, ସୁମନ ଖାନ୍, ସୁରେଶ ମେହେର, ତରୁଣ ନବଛୋର ଓ ଅନନ୍ତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।