ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା କଂଗ୍ରେସ

କୋଲକାତା: କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ୩୦ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏଥିରେ କଂଗ୍ରେସର ଅତିରିକ୍ତ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ବ୍ୟତୀତ ରାହୁଲ ଗାନ୍ଧୀ, ପ୍ର୍ରିୟଙ୍କା ଗାନ୍ଧୀ ବଡ୍ରା, ସଚ୍ଚିନ ପାଇଲଟ, ନବଜୋତ ସିଂହ ସିଧୁ, ଅଭିଜିତ ମୁଖାର୍ଜୀ, ମହମ୍ମଦ ଆଝାରୁଦ୍ଦିନ, ଅଶୋକ ଗେହଲଟ, କ୍ୟାପଟେନ ଅମରିନ୍ଦର ସିଂହ ଓ ଭୁପେଶ ଭଗେଲଙ୍କ ଭଳି ବଡ଼ ନାମ ସାମିଲ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ବଡ଼ ରାଷ୍ଟ୍ରୀୟ ନେତା ବଙ୍ଗଳାରେ ପ୍ରଚାର କରିନାହାନ୍ତି।

ଅନ୍ୟପଟେ ବଙ୍ଗଳା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଲାଗି ଷ୍ଟାର ପ୍ରଚାରକ ତାଲିକାରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମନିଷ ତିୱାରୀ, କପିଲ ସିବଲଙ୍କ ଭଳି ଅସନ୍ତୁଷ୍ଟ ନେତାଙ୍କ ନାମ ସାମିଲ ହୋଇନାହିିଁ।