ରାଜଧାନୀରେ ଲୁଟ୍ ଆତଙ୍କ, ଦୋକାନୀଙ୍କୁ ହାଣି ଲୁଟ୍ ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାତିରେ ନୁହେଁ ଏଣିକି ଦିନରେ ବି ଖୁଲମଖୁଲାରେ ରାଜଧାନୀରେ କରାଯାଉଛି ଲୁଟ୍। ଏହି ଲୁଟେରାଙ୍କୁ ନେଇ ଏବେ ଚିନ୍ତାରେ ରାଜଧାନୀ ବାସୀ। ଭୁବନେଶ୍ୱରରେ ଗତ କିଛି ଦିନ ହେବ ଆରମ୍ଭ ହୋଇଛି ଲୁଟ୍ ଆତଙ୍କ। ସମାନ ଭାବରେ ଆଜି ରାଜଧାନୀର ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଦୋକାନରେ ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରୁଥିବା ସମୟରେ ଧରାପଡିଛି ଲୁଟେରା।

ପୁରା ସିନେମା ଷ୍ଟାଇଲରେ ନକଲି ବନ୍ଧୁକ ଓ ଭୁଜାଲି ଦେଖାଇ ଦୋକାନୀଙ୍କୁ ଭୟ ଦେଖାଇ ଟଙ୍କା ନେଇ ଖସିଯିବା ସମୟରେ ଲୋକଙ୍କ ହାତରେ ଧରାପଡିଛି ଲୁଟେରା। ଏହାପରେ ଲୁଟେରାକୁ କାବୁ କରି ଲୋକମାନେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୁଟେରାକୁ ଗିରଫ କରିବା ସହିତ ନକଲି ବନ୍ଧୁକ ଓ ଏକ ଭୁଜାଲି ଜବତ୍ କରିଥିବା ସୂଚନା ମିଳିଛି।