ନବରଙ୍ଗପୁର,ଏନ୍ଏନ୍ଏସ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ସହରର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି, ଓବିସି, ସଂଖ୍ୟାଲଘୁ, ଯୁବ କଂଗ୍ରେସର ନେତା ଓ କର୍ମୀ ମିଳିତ ଭାବେ ସତ୍ୟାଗ୍ରହରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଓ ବିଶେଦଗାର କରିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ଅନୁସୂଚିତ ଜନଜାତି ସଭାପତି ଦିଲ୍ଲୀପ ପ୍ରଧାନୀ, ଅନୁସୂଚିତ ଜାତି ସଭାପତି ଅର୍ଜୁନ ସମରଥ, ସଂଖ୍ୟାଲଘୁ ସଭାପତି ଉସଲାମ ଲାଠିଆ, ଓବିସି ସଭାପତି ପଦମନ ବିଷୋୟୀ, ଆଇନଜୀବୀ ଦିଲ୍ଲୀପ ବେହେରା, ପ୍ରଦୀପ ସାହୁ, ସନରାଜ ଗଣ୍ଡ, ବାବୁଲି ବାଘ, ଜିଲ୍ଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ, ମହିଳା କଂଗ୍ରେସ ଜିଲ୍ଲା ସଭାପତି ପି ନାଗରତ୍ନମ, ଦିବାକର ପୂଜାରୀଙ୍କ ସମେତ ଶତାଧିକ ନେତା ଓ କର୍ମୀ କଳା ରିବନ ମୁଣ୍ଡରେ ବାନ୍ଧି ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଆମ୍ବେଦକର ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ କଂଗ୍ରେସ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସିଥିଲେ ।