ବନ୍ଦିତା ପରିଡ଼ା ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ

  • ନୂଆଦିଲ୍ଲୀ: ବନ୍ଦିତା ପରିଡ଼ାଙ୍କୁ ଓଡ଼ିଶା ମହିଳା କଂଗ୍ରେସର ସଭାପତିଭାବେ ନୂତନ ଦାୟିତ୍ୱ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବନ୍ଦିତାଙ୍କ ନାମକୁ ମଞ୍ଜୁରି ଦେଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବିଜ୍ଞପ୍ତି ଜାରି କରି କହିଛନ୍ତି, ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀଭାବେ ବନ୍ଦିତା ପରିଡ଼ାଙ୍କୁ ନିଯୁକ୍ତି ମିଳିଛି। ଅରୁଣାଚଳ ପ୍ରଦେଶ ପାଇଁ ମାରିନା କେଙ୍ଗଲାଙ୍ଗ ଓ ହରିୟାଣା ପାଇଁ ସୁଧା ଭରଦ୍ୱାଜଙ୍କୁ ସଭାନେତ୍ରୀଭାବେ ନିଯୁକ୍ତି ଦିଆଯାଇଛି ।