ଚିକିତ୍ସା ଉପକରଣ ଦାନକଲେ ବିଗ ବି

  • ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଏକ ହସ୍ପିଟାଲକୁ ୨ କୋଟି ଟଙ୍କାର ଚିକିତ୍ସା ଉପକରଣ ଦାନ କରିଛନ୍ତି। ସେହି ଉପକରଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେଉଛି। ଏନେଇ ମୁମ୍ବାଇ ସିଅନ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ବିଗ ବି ଦୁଇଟି କ୍ଲାସ-୧ ଷ୍ଟେଟ ଅଫ ଦି ଆର୍ଟ ଇଣ୍ଟେନସିବ ଭେଣ୍ଟିଲେଟର ସିଅନ ହସ୍ପିଟାଲକୁ ଦାନ କରିଛନ୍ତି। ମେସିନ ସହିତ ମନିଟର, ସିଆରଏମ ଇମେଜ ଇଣ୍ଟେନ୍ଦିଫାୟର, ଇନଫ୍ୟୁସନ ପମ୍ପ ଆଦି ଚିକିତ୍ସା ଉପକରଣ ଦାନ କରିଛନ୍ତି। ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ମୋହନ ଜୋଶୀ ଏନେଇ ଅମିତାଭଙ୍କୁ ଧନ୍ୟବାଦ ଜଣାଇଛନ୍ତି।