କଂଗ୍ରେସ ଗଡ଼ରେ କଂଗ୍ରେସର ବିଜୟୀ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଅଧ୍ୟକ୍ଷ ପଦବୀ ପାଇଁ କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଜୋରଦାର ଲଢେଇ ଚାଲିଥିଲା। ବ୍ଲକ୍‌ର ୨୨ଟି ପଞ୍ଚାୟତ ମଧ୍ୟରୁ କଂଗ୍ରେସ ୧୩ଟି ସମିତିସଭ୍ୟ ଏବଂ ବିଜେଡ଼ି ୯ଟି ସମିତିସଭ୍ୟ ପଦବୀ ହାସିଲ କରିଛନ୍ତି। ଏଥିସହିତ କଂଗ୍ରେସ୍‌ ପୁଣି ଗଡ଼ ବିଜୟ କରିଛି।

ବିଜେଡି ଦଳ ପକ୍ଷରୁ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ପାଇଁ କଅସର ପଞ୍ଚାୟତର ନବ ନିର୍ବାଚିତ ସମିତିସଭ୍ୟା ସୁକାନ୍ତି ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ କଂଗ୍ରେସ ଦଳରୁ ସଇଁନ୍ତଲା ପଞ୍ଚାୟତର ନବ ନିର୍ବାଚିତ ସମିତିସଭ୍ୟା ମୋନିକା ସିଂ ଭୋଇ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡି ଦଳରେ ୯ ଜଣ ସମିତି ସଭ୍ୟ ରହିଥିବା ବେଳେ କଂଗ୍ରେସ ଦଳରେ ୧୩ ଜଣ ରହିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଭୋଟିଂ ଆରମ୍ଭ ହୋଇଥିଲା। ସେଥିରୁ କଂଗ୍ରେସ ଦଳକୁ ୧୪ଟି ସମିତିସଭ୍ୟ ସହମତି ପ୍ରଦାନ କରିଥିବା ବେଳେ ବିଜେଡ଼ିକୁ ୭ଟି ଓ ଗୋଟିଏ ନାକଜ ହୋଇଥିଲା। ଫଳରେ ପୁଣି ଥରେ ବ୍ଲକ୍‌ ଅଧ୍ୟକ୍ଷ ଭାବେ ମୋନିକା ସିଂ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି।

କଂଗ୍ରେସ ଦଳ ମଧ୍ୟରେ ଅନେକ ଉତ୍ସାହିତ ଦେଖିବାକୁ ମିଳିଛି। ଏନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ କଂଗ୍ରେସ କାର୍ଯ୍ୟାଳୟରେ ବିଜୟୀ ହୋଇ ଥିବା ବ୍ଲକ୍‌ ଅଧ୍ୟକ୍ଷ ମୋନିକା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇଙ୍କୁ ଫୁଲଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ଜଣାଇଛନ୍ତି।