Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇସିସି ମହିଳା ବିଶ୍ୱକପ୍‌: ମନ୍ଧାନା ଓ କୌର୍‌ଙ୍କ ଶତକ, ଇଣ୍ଡିଜ୍‌କୁ ୧୫୫ ରନ୍‌ରେ ହରାଇଲା ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇସିସି ମହିଳା ବିଶ୍ୱକପ୍‌: ମନ୍ଧାନା ଓ କୌର୍‌ଙ୍କ ଶତକ, ଇଣ୍ଡିଜ୍‌କୁ ୧୫୫ ରନ୍‌ରେ ହରାଇଲା ଭାରତ

ହାମିଲ୍‌ଟନ୍‌,ଏଜେନ୍ସି: ସ୍ମୃତି ମନ୍ଧାନା (୧୧୯) ଓ ହରମନ୍‌ପ୍ରୀତ୍ କୌର୍ (୧୦୯)ଙ୍କ ଶତକ ଏବଂ ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୧୮୪ ରନ୍‌ର ରେକର୍ଡ ପାର୍ଟନରଶିପ୍ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ନିଜର ତୃତୀୟ ମ୍ୟାଚ୍‌ରେ ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୫୫ ରନ୍‌ର ବୃହତ୍ ବିଜୟ ହାସଲ କରିଛି । ମନ୍ଧାନା ୧୨୩ ବଲ୍‌ରେ ୧୩ ଚୌକା ଓ ଦୁଇଟି ଛକା ସହ ୧୧୯ ରନ୍ କରି ଦିନିକିଆରେ ନିଜର ପଞ୍ଚମ ଶତକ ହାସଲ କରିଥିଲେ । ସେହିପରି କୌର୍ ୧୦୭ ବଲ୍‌ରେ ୧୦ ଚୌକା ଓ ଦୁଇଟି ଛକା ସହାୟତାରେ ୧୦୯ ରନ୍ କରିଥିଲେ । ୨୦୧୭ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଅପରାଜିତ ୧୭୧ ରନ୍ ପରେ ଏହା କୌରଙ୍କ ପ୍ରଥମ ଏବଂ କ୍ୟାରିୟର୍‌ର ଶତକ ଥିଲା ।

ଉଭୟ ମନ୍ଧାନା ଏବଂ କୌର୍‌ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ହୋଇଥିବା ୧୮୪ ରନ୍‌ର ପାର୍ଟନର୍‌ଶିପ୍ ବିଶ୍ୱକପ୍‌ରେ ଭାରତର ଯେକୌଣସି ୱିକେଟ୍‌ରେ ସର୍ବାଧିକ ଭାଗୀଦାରୀ । ଏହା ସହାୟତାରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍ ହରାଇ ୩୧୭ ରନ୍‌ର ବଡ଼ ସ୍କୋର୍ କରିଥିଲା । ଏହା ମଧ୍ୟ ବିଶ୍ୱକପ୍‌ରେ ଭାରତୀୟ ଦଳର ସର୍ବାଧିକ ସ୍କୋର୍ । ପରେ ଗତ ବିଶ୍ୱକପ୍‌ର ରନର୍ସଅପ୍ ଭାରତ ୪୦.୩ ଓଭର୍‌ରେ ଇଣ୍ଡିଜ୍ ଟିମ୍‌କୁ ମାତ୍ର ୧୬୨ ରନ୍‌ରେ ସୀମିତ ରଖି ନକ୍‌ଆଉଟ୍ ପାଇଁ ଯୋଗ୍ୟତା ଦୌଡ଼ରେ ସାମିଲ ହୋଇଛି । ଆକର୍ଷଣୀୟ ଶତକୀୟ ଇନିଂସ୍ ଖେଳିଥିବା ମନ୍ଧାନାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ତେବେ ମନ୍ଧାନା ଏହାକୁ କୌର୍‌ଙ୍କ ସହ ଭାଗ କରିଥିଲେ ।

ଏହି ବିଜୟ ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇ ଉନ୍ନତ ରନ୍‌ରେଟ୍ ଆଧାରରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକାକୁ ପଛରେ ପକାଇ ଶୀର୍ଷକୁ ଉଠିଛି । ବଡ଼ ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଜ୍ ସ୍କୋର୍‌କୁ ଦୁଇ ଓପ୍ନର୍ ଡିଆଣ୍ଡ୍ରା ଡଟ୍ଟିନ୍ (୬୨) ଓ ହେଲି ମାଥ୍ୟୁସ୍ (୪୩) ୧୨.୧ ଓଭର୍‌ରେ ୧୦୦ ରନ୍ ପାର୍ କରାଇଥିଲେ । ମାତ୍ର ସ୍ପିନର୍ ସ୍ନେହ ରାଣା (୨୨/୩) ଓ ପେସର୍ ମେଘନା ସିଂହ (୨୭/୨)ଙ୍କ ଯୋଡ଼ି ଆକର୍ଷଣୀୟ ବୋଲିଂ କରିବା ଫଳରେ ଇଣ୍ଡିଜ୍ ସ୍କୋର୍ ୧୯ ଓଭର୍‌ରେ ୧୧୪/୪କୁ ଖସି ଆସିଥିଲା । ଏହାପରେ ପୂଜା ବସ୍ତ୍ରାକାର (୨୧/୧) ଓ ରାଜେଶ୍ୱରୀ ଗାଏକ୍‌ୱାଡ୍ (୨୪/୧) ଯଥାକ୍ରମେ ଶିମେନ୍ କ୍ୟାମ୍ପ୍‌ବେଲ୍ (୧୧) ଓ ଚିନେଲ୍ ହେନ୍‌ରୀ (୭)ଙ୍କୁ ପ୍ୟାଭିଲିୟନ୍ ଫେରାଇ ସ୍କୋର୍‌କୁ ୬ ୱିକେଟ୍‌ରେ ୧୩୪ରେ ପହଞ୍ଚାଇଥିଲେ । ଗାଏକ୍‌ୱାଡ୍ ଓ ରାଣାଙ୍କ ମିଳିତ ପ୍ରୟାସରେ ଆଲିୟା ଆଲେନ୍ (୪) ରନ୍‌ଆଉଟ୍ ହେବା ପରେ ଝୁଲନ୍ ଗୋସ୍ୱାମୀ (୪୩/୧) ଅନିସା ମହମ୍ମଦ (୨)ଙ୍କୁ ଆଉଟ୍ କରିଥିଲେ । ଏହା ବିଶ୍ୱକପ୍‌ରେ ଝୁଲନ୍‌ଙ୍କ ୪୦ତମ ୱିକେଟ୍ ଥିଲା ।

ପୂର୍ବରୁ ଓପ୍ନର୍ ୟାସ୍ତିକା ଭାଟିଆ ୨୧ ବଲ୍‌ରୁ ୬ଟି ଚୌକା ସହ ଦ୍ରୁତ ୩୧ ରନ୍ କରି ମନ୍ଧାନାଙ୍କ ସହ ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ । ଭାଟିଆ ଓ ମନ୍ଧାନା ପ୍ରଥମ ୱିକେଟ୍ ପାଇଁ ୬.୩ ଓଭର୍‌ରେ ୪୯ ରନ୍ ଯୋଡ଼ିଥିଲେ । ଭାଟିଆଙ୍କୁ ବୋଲ୍ଡ କରି ସେଲ୍‌ମାନ୍ ଏହି ଭାଗୀଦାରୀରେ ବ୍ରେକ୍ ଲଗାଇଥିଲେ । ଏହାପରେ ମିତାଲି ରାଜ୍ (୫) ଓ ଦୀପ୍ତି ଶର୍ମା (୧୫) ଶସ୍ତାରେ ଆଉଟ୍ ହେବା ଫଳରେ ସ୍କୋର୍ ୭୮/୩ ହୋଇଯାଇଥିଲା । କିନ୍ତୁ ମନ୍ଧାନା ଓ କୌର୍ ଇନିଂସ୍‌କୁ ସମ୍ଭାଳିନେବା ସହ ୨୦ ଓଭର୍‌ରେ ସ୍କୋର୍‌କୁ ୧୦୦ ଅତିକ୍ରମ କରାଇଥିଲେ ।

ମନ୍ଧାନା ୬୬ ବଲ୍‌ରେ ୫ ଚୌକା ସହାୟତାରେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ୪୩ ବଲ୍‌ରୁ ଆସିଥିଲା । ୪୩ ଓଭର୍‌ରେ ସେଲମାନ୍‌ଙ୍କ ବଲ୍‌ରେ ମନ୍ଧାନା ଆଉଟ୍ ହେବା ପରେ କୌର୍ ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍କୋର୍‌କୁ ୩୦୦ ପାର୍ କରାଯାଇଥିଲା । ତେବେ ୪୭ତମ ଓଭର୍‌ରେ ଆଲେନ୍‌ଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାମ୍ପ୍‌ବେଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହେବା ଫଳରେ ତାଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ତେବେ ମନ୍ଧାନା ଓ କୌର ଚତୁର୍ଥ ୱିକେଟ୍‌ରେ ୧୮୪ ରନ୍ ଯୋଡ଼ି ଥିରୁଶ୍ କାମିନୀ ଓ ପୁନମ୍ ରାଉତଙ୍କ ମଧ୍ୟରେ ହୋଇଥିବା ୧୭୫ ରନ୍‌ର ରେକର୍ଡକୁ ଭାଙ୍ଗିଛନ୍ତି । ଥିରୁଶ୍ ଓ ପୁନମ୍ ୨୦୧୩ରେ ଏହି ଭାଗୀଦାରୀ କରିଥିଲେ ।