ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦିରେ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଧାରଣାରେ ଓହ୍ଲାଇବୁ: ଅପରାଜିତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ମଡ଼ାଇବା ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି “ଯେ ଆଜି ଏହି ବଡ଼ ଘଟଣାରେ ବାଣପୁର ଆଇଆଇସିଙ୍କ ସହ ଅନେକ ପୁଲିସ ଓ ସାଧାରଣ ଲୋକ ଆହତ ହୋଇଛନ୍ତି।

ଏହା ଏକ ରାଜନୈତିକ ହିଂସା ଅଟେ। ଓଡ଼ିଶା ମହାପ୍ରଭୁ ଜଗନ୍ନାଥ ଙ୍କ ରାଜ୍ୟ ,ଏଠାରେ ଲୋକ ଶାନ୍ତିପ୍ରିୟ ଅଟନ୍ତି। ମାତ୍ର ଯାହା ଘଟିଲା ତାହା ରାଜନୈତିକ ହିଂସାରେ ପ୍ରଥମ ଅଟେ। ତେଣୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଧାରଣା ଦେବୁ ବୋଲି କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ଛଡ଼ା ଏହି ଘଟଣାକୁ କଡ଼ା ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜଣେ ବିଧାୟକ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣା ସାଧାରଣତଃ ଓଡ଼ିଶାରେ ପ୍ରଥମ। ତେଣୁ ଏହି ଘଟଣାକୁ ଯେତେ କଡ଼ା ଶଦ୍ଦରେ କହିଲେ ମଧ୍ୟ କମ୍ ହେବା କଥା କହିଲେ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ତଦନ୍ତ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ।