ସୋନିଆଙ୍କୁ ଇଡିର ସମନ ପ୍ରତିବାଦରେ କଂଗ୍ରେସର ସତ୍ୟାଗ୍ରହ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇଡିର ସମନ ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକରେ ହୋଇଥିବା ସତ୍ୟାଗ୍ରହରେ ବହୁ କଂଗ୍ରସ ପଦାଧିକାରୀ ଓ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ନୀତିକୁ ଦୃଢ଼ ନିନ୍ଦା କରିଥିଲେ । ଏହାସହ ମୋଦୀ ସରକାର ଇଡିର ଦୁରୁପଯୋଗ କରି କଂଗ୍ରେସକୁ ବଦନାମ କରିବାର ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଥିଲେ । ସେହିପରି ବିଜେପିର ଏକଛତ୍ରବାଦକୁ ଲୋକେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ ଏହାର ଉଚିତ ଜବାବ ବିଜେପି ପାଇବ ବୋଲି ମତପ୍ରକଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ସେମ ହେମ୍ରାମ, ମହିଳା କଂଗ୍ରେସ ସଭନେତ୍ରୀ ମଞ୍ଜୁଲତା ନାୟକ, ଏସସି ସେଲ ସଭାପତି ମଞ୍ଜୁଳ ନାୟକ, ଉପସଭାପତି ସୁବାଷ ଚନ୍ଦ୍ର ଭୋଇ, ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା ଓ ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।