ଟିଏମସିର ୩୮ ବିଧାୟକ ବିଜେପି ସମ୍ପର୍କରେ ଅଛନ୍ତି: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ ଆଜି ଏକ ଚକିତ କଲା ଭଳି ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ମିଥୁନ କହିଛନ୍ତି ଯେ, ଟିଏମସିର ୩୮ ବିଧାୟକ ବିଜେପି ସମ୍ପର୍କରେ ରହିଛନ୍ତି । ୨୧ ବିଧାୟକଙ୍କ ସହ ମୁଁ ନିଜେ କଥା ହୋଇଛି ।

ମିଥୁନ ଚକ୍ରବର୍ତ୍ତୀ ଆହୁରି କହିଛନ୍ତି ଯେ, ବିଜେପି ଦଙ୍ଗା କରୁଛି ବୋଲି ସବୁବେଳେ ଅଭିଯୋଗ ହେଉଛି । ମୋତେ ଏମିତି ଗୋଟିଏ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଦଙ୍ଗାରେ ସାମିଲ ଥିବା ନେଇ ଜଣାପଡ଼ିବ ।