କୋରାପୁଟ ଷ୍ଟାଡିୟମ ଓ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ

କୋରାପୁଟ,ଏନ୍ଏନ୍ଏସ୍: ଆଜି କୋରାପୁଟ ଷ୍ଟାଡିୟମ ଓ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁର, ଜଳ ବିଭାଜିକ ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ସେନାପତି, କୋରାପୁଟ ପୌରପରିଷଦ ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଅର୍ଚ୍ଚନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ ନମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପୌରପରିଷଦ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଷ୍ଟାଡିୟମର ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେମିଲିଗୁଡା ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁମନ ରାଉତ, ଦଶମନ୍ତପୁର ସହକାରୀ ମୁର୍ତ୍ତିକା ସଂରକ୍ଷଣ ଅଧିକାରୀ ନରସିଂହ ନାୟକ, କୁନ୍ଦ୍ରା ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ନିର୍ମଳ କୁମାର ଜେନା ଓ ଜଳ ବିଭାଜିକା କାର୍ଯ୍ୟାଳୟର ଅଶୋକ କୁମାର ପାତ୍ର , ସଞ୍ଜିତ ସାହୁ , ପ୍ରମୋଦ କୁମାର ରଥ, ଶ୍ୟାମ ସୁନ୍ଦର ରାଜଗୁରୁ , ସମର ବଲ୍ଲଭ ମହାଙ୍କୁଡ଼,ମଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।