ସହରରେ ବୋକରୀ ହାର ୧୦% ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍ -୧୯ ମାମଲାର ଦ୍ୱିତୀୟ ଲହରୀ ଯୋଗୁଁ ସରକାର ବିଭିନ୍ନ ସହର ଏବଂ ସହରାଞ୍ଚଳ ଆଂଶିକ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଫଳରେ ଏହା ଶ୍ରମ ବଜାର ଉପରେ ପ୍ରଭାବ ପକାଉଛି। ବିଭିନ୍ନ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଯୋଗୁଁ ସହରାଞ୍ଚଳର ବେକାରୀ ପ୍ରାୟ ୧୦% କୁ ବୃଦ୍ଧି ପାଇ ଭାରତର ଚାକିରି ବଜାର ପୁଣି ବିପଦର ସମ୍ମୁଖୀନ ହୋଇଛି। ଗତ କିଛି ମାସ ମଧ୍ୟରେ ଧୀରେ ଧୀରେ ସୁସ୍ଥ ହେଉଥିବା ଚାକିରି ବଜାର ବର୍ତ୍ତମାନ କଠିନ ସମୟ ପାଇଁ ପ୍ରସ୍ତୁତ ହୋଇଛି ବୋଲି ନୂତନ ତଥ୍ୟ ଦର୍ଶାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇ)ର ନୂତନ ତଥ୍ୟ ଅନୁଯାୟୀ ଏପ୍ରିଲ୍ ୧୧ ରେ ଶେଷ ହୋଇଥିବା ସପ୍ତାହରେ ସହରୀ ବେକାରୀ ୯.୮୧% କୁ ବୃଦ୍ଧି ପାଇଛି ଯାହା ମାର୍ଚ୍ଚ ୨୮ ରେ ଶେଷ ହୋଇଥିବା ସପ୍ତାହରେ ୭.୭୨% ଏବଂ ସମଗ୍ର ମାର୍ଚ୍ଚ ପାଇଁ ୭.୨୪% ଥିଲା।