ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରୋତ୍ତୋଳନରେ ଲବପ୍ରୀତଙ୍କୁ ବ୍ରୋଞ୍ଜ

ବର୍ମିଂହାମ,ଏଜନ୍ସି: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଭାରୋତ୍ତୋଳନରେ ଆଉ ଏକ ପଦକ ମିଳିଛି । ୧୦୯ କିଲୋଗ୍ରାମରେ ଲବପ୍ରୀତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଲବପ୍ରୀତ ମୋଟ ୩୫୫ କିଲୋଗ୍ରାମର ଓଜନ ଉଠାଇଛନ୍ତି । ଲବପ୍ରୀତ ସ୍ନାଚରେ ୧୬୩ କିଲୋଗ୍ରାମ ଓ କ୍ଲିନ ଏଣ୍ଡ ଜର୍କରେ ୧୯୨ ଉଠାଇବାରେ ସଫଳ ହୋଇଛନ୍ତି । ଏଥିସହିତ ଏହି କେଟାଗେରୀର ଲବପ୍ରୀତ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ।