ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ବିଧାୟକଙ୍କ ଭେଟଘାଟ

ନୂଆଦିଲ୍ଲୀ: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ବିଧାନସଭା ତରଫରୁ ବିଧାୟକମାନେ ଆଜି ତାଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ବାଚସ୍ପତି ବିକ୍ରମ କେଶରୀ ଅରୁଖ ଓ ଅନ୍ୟ ବିଧାୟକମାନେ ରାଷ୍ଟ୍ରପତିଙ୍କ ସହ ବେଶ୍ କିଛି ସମୟ ଆଲୋଚନା କରିଥିଲେ । ଏହି ସମୟରେ ପ୍ରମିଳା ମଲ୍ଲିକ ରାଷ୍ଟ୍ରପତିଙ୍କୁ ଉପହାରସ୍ୱରୂପ ଶାଢ଼ୀ ଭେଟିଥିଲେ । ସେହିପରି ବିଧାୟକ ତାରାପ୍ରସାଦ ବାହିନୀ ପତି କୋଟପାଡ଼ରୁ ଆଣିଥିବା ଶାଢ଼ୀ ଏବଂ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା କବିତାକୁ ଫ୍ରେମ କରି ଦେଇଥିଲେ । ପରେ ସମସ୍ତ ବିଧାୟକଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ କରାଯାଇଥିଲା ।