ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ବଦଳାଇବାକୁ ଯାଉଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲବାଙ୍କୁ ସମର୍ଥନ ଦେବା ନେଇ ଜେଏମଏମ ଘୋଷଣା କରିଛି । ପାର୍ଟି ତରଫରୁ ମାର୍ଗରେଟଙ୍କୁ ସମର୍ଥନ କରିବା ପାଇଁ ନିଜ ସାଂସଦଙ୍କୁ କୁହାଯାଇଛି ।
ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲବାଙ୍କ ମଧ୍ୟରେ ମୁକାବିଲା ହେବ ।