ପାର୍ବଣ ଗାଇଡଲାଇନରେ ପରିବର୍ତ୍ତନ ନେଇ ନିବେଦନ କରିବ ପୂଜା କମିଟି

  • କଟକ: ସାରା ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ବିଭିନ୍ନ ପୂଜା କରିବାକୁ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ସରକାର। ହେଲେ ମାର୍ଗଦର୍ଶିକାର କେତେକ ନିୟମକୁ ନେଇ ଅସହମତି ପ୍ରକାଶ କରିଛି କଟକ ଦୁର୍ଗାପୂଜା କମିଟି। ମୂର୍ତ୍ତିର ଉଚ୍ଚତା ଓ ପରଦା ଭିତରେ ପୂଜା ନିଷ୍ପତ୍ତିର ପୁନଃବିଚାର ଦାବି କରିଛି କମିଟି। ଦେବୀଗଡ଼ାରେ ମୂର୍ତ୍ତୀ ବିସର୍ଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ। କୋହଳ କରାଯାଉ ପାର୍ବଣ କଟକଣା। ମୂର୍ତ୍ତିର ଉଚ୍ଚତା ନିଷ୍ପତ୍ତିର କରାଯାଉ ପୁନଃବିଚାର। ଏଥିସହିତ ଆବଦ୍ଧ ମଣ୍ଡପରେ ପୂଜା କରାଯିବାକୁ ନେଇ ଜାରି ଗାଇଡଲାଇନରେ ପରିବର୍ତ୍ତନ କରିବାକୁ କରିଛନ୍ତି ଅନୁରୋଧ। ଦେବୀଗଡ଼ାରେ ମଧ୍ୟ ମୂର୍ତ୍ତି ବିସର୍ଜନ ଅନୁମତି ଦେବାକୁ ନିବେଦନ କରିଛି କଟକ ପୂଜା କିମିଟି। କରୋନା କାଳରେ ପୂଜା ପାଇଁ ସରକାର ଆଣିଥିବା ଗାଇଡଲାଇନକୁ ସ୍ୱାଗତ କରାଯାଇଛି। ହେଲେ କିଛି ନିୟମରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ବୋଲି କହିଛି ପୂଜା କମିଟି। ମୂର୍ତ୍ତିର ଖଡ଼ମା ଶହ ଶହ ବର୍ଷ ପୁରୁଣା। ମୂର୍ତ୍ତିର ଉଚ୍ଚତା ଠିକ ନହେଲେ ଠାକୁରାଣୀ ଗହଣା ଓ ପୋଷାକ ପିନ୍ଧିପାରିବେ ନାହିଁ। ମନ୍ଦିର ଯେପରି ସ୍ୱଳ୍ପ ଭକ୍ତରେ ଖୋଲିଛି, ସେହିପରି ଭକ୍ତଙ୍କୁ ରାସ୍ତାରୁ ମା’ଙ୍କ ଦର୍ଶନ ସୁଯୋଗ ଦିଆଯାଉ। ସେହିଭଳି ଶହଶହ ବର୍ଷ ହେବ ଦେବୀଗଡାରେ ଠାକୁର ବିସର୍ଜନ ହେବାର ପରମ୍ପରା ରହିଛି। ଏଣୁ ନିଷ୍ପତ୍ତିରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଆସନ୍ତା ଶୁକ୍ରବାର ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ଗତବର୍ଷ ମଧ୍ୟ ପାର୍ବଣ ଗାଇଡଲାଇନ୍ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଛିଟା ପରିବର୍ତ୍ତନ ହୋଇଥିଲା।