ନବମ ଓ ଦଶମ ପରୀକ୍ଷା ନେଇ ନୂଆ ସର୍କୁଲାର

  • ଭୁବନେଶ୍ୱର: ନବମ ଓ ଦଶମ ପରୀକ୍ଷା ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି। ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷ ପାଇଁ ସର୍କୁଲାର ଜାରି କରାଯାଇଛି। ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ୨ୟ ସପ୍ତାହରେ ଟର୍ମ-୨ ଟେଷ୍ଟ ହେବ। ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ। ଇଣ୍ଟରନାଲ ଆସେସମେଣ୍ଟର ୪ଟି ଫର୍ମାଟିଭ ଟେଷ୍ଟ ୨୦ ମାର୍କ ବିଶିଷ୍ଟ ରହିବ। ମାତ୍ର ୱେଟେଜ ଅନୁସାରେ ଇଣ୍ଟରନାଲ ଆସେସମେଣ୍ଟକୁ ମୋଟ ୨୦% ମିଳିବ। ଟର୍ମ-୧ ୱେଟେଜ ୩୦% ଓ ଟର୍ମ-୨ ୱେଟେଜ ୨୦% ଗ୍ରହଣ କରାଯିବ। ଇଣ୍ଟରନାଲ (୨୦%)+ ଟର୍ମ-୧ + ଟର୍ମ-୨ (୫୦%) = ୧୦୦ ରହିବ।