କୋରାପୁଟ,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ୮ ତାରିଖରୁ ସ୍କୁଲ୍ ଖୋଲା ଯାଇ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାରେ ମଧ୍ୟ ସମସ୍ତ ସ୍କୁଲ ଖୋଲି ସାରିଛି। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ସିଲାବସ୍ ଶେଷ କରିବାକୁ ୧୦୦ ଦିନର ଟାର୍ଗେଟ ନେଇ ପାଠପଢ଼ା ଚାଲିଛି। ଏଥିସହିତ କୋଭିଡ ଗାଇଡଲାଇନ ପାଳନ କରାଯାଇ ପାଠପଢ଼ା ଯିବାକୁ ନିର୍ଦ୍ଦେଶ ରହିଛି। ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ବିଦ୍ୟାଳୟ ପରିସରର ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ଓ କୋଭିଡ୍ ଗାଇଡଲାଇନ ପାଳନ କରିବା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।