ରାମ ମନ୍ଦିର ନିର୍ମାଣ ଲାଗି ୫ଲକ୍ଷ ଟଙ୍କା ଚାନ୍ଦା ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶରେ ରାମ ମନ୍ଦିର ଲାଗି ଚାନ୍ଦା ଏକତ୍ରିତ କରାଯାଉଛି। ଏହି ଚାନ୍ଦା ଆଦାୟ ଅଭିଯାନ ଆଜିଠୁ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ଚାନ୍ଦା ଦେଇ ଏହି ଅଭିଯାନକୁ ସବୁଜ ସଙ୍କେତ ଦେଖାଇଛନ୍ତି। ରାଷ୍ଟ୍ରପତି ମନ୍ଦିର ଲାଗି ୫ଲକ୍ଷ ଟଙ୍କାର ଚେକ୍ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ବିଏଚପୀ ମିଶି ରାମ ମନ୍ଦିର ନିର୍ମାଣ ଲାଗି ସମଗ୍ର ଦେଶରେ ଚାନ୍ଦା ଜୁଟାଇବା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ପାଖାପାଖି ଦେଢ଼ ମାସ ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ଦେଶର ପାଖାପାଖି ୧୩ କୋଟି ପରିବାର ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି। ଲୋକଙ୍କଠାରୁ ଯେଉଁ ଟଙ୍କା ଆଦାୟ ହେବ ତାହା ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିବ। ଶ୍ରୀରାମ ମନ୍ଦିର ଧନ ସଂଗ୍ରହ ଅଭିଯାନ ଅନ୍ତର୍ଗତ ୧୦, ୧୦୦ ଓ ୧୦୦୦ ଟଙ୍କା ଦେଉଥିବା ଲୋକଙ୍କୁ ରସିଦ ପ୍ରଦାନ କରାଯିବ। ୨ ହଜାର ଦେଉଥିବା ଲୋକଙ୍କୁ ଏକ ଭିନ୍ନ ପ୍ରକାର ରସିଦ ଦିଆଯିବ ଯଦ୍ୱାରା ସେମାନେ ଆୟକର ରିହାତିର ଲାଭ ଉଠାଇପାରିବେ।