ଆଜି ଚିହ୍ନଟ ହେଲେ ୩୯୩ କରୋନା ପଜିଟିଭ : ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୯୩ଟି କରୋନା ପଜିଟିଭ କେସ୍ ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୧୧୯୬ରେ ପହଞ୍ଚିଛି। ଆଜିର ଆକ୍ରନ୍ତଙ୍କ ମଧ୍ୟରୁ ୨୨୯ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୬୪ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅନୁଗୁଳରୁ ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକରୁ ୯, ବରଗଡରୁ ୯, ବଲାଙ୍ଗିରରୁ ୨୩, କଟକରୁ ୨୫, ଦେବଗଡରୁ ୧୭, ଢେଙ୍କାନାଳରୁ ୬, ଗଜପତିରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୬, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୪୯, କୋରାପୁଟରୁ ୭, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୩୨, ନବରଙ୍ଗପୁରରୁ ୧, ନୟାଗଡରୁ ୪, ନୂଆପଡାରୁ ୧୨, ପୁରୀରୁ ୧୮, ରାୟଗଡାରୁ ୨, ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୪୫ ଏବଂ ଷ୍ଟେଟପୁଲରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।