ଜିଲ୍ଲାପାଳଙ୍କ ବଣ୍ଡାଘାଟି ଗସ୍ତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଜିଲ୍ଲାରେ ପାଦ ଥାପିବାପରେ ଆଜି ପ୍ରଥମଥର ପାଇଁ ଖଇରିପୁଟ ବ୍ଲକ ବଣ୍ଡାଘାଟି ଗସ୍ତ କରିଥିଲେ। ବଣ୍ଡାଘାଟିର ମୁଦୁଲିପଡ଼ା, ପଡେଇଗୁଡ଼ା, ସୀତାକୁଣ୍ଡ ଆଦି ଗ୍ରାମ ବୁଲିବା ସହ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ କିପରି ସେହି ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ସେନେଇ ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ, ଖଇରିପୁଟ ବିଡିଓ ହୃଦାନନ୍ଦ ସାହୁ, ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।