କୋରାପୁଟରେ ୫ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ଶନିବାର କୋରାପୁଟ ଜିଲ୍ଲାରେ ୩ଜଣ ମହିଳାଙ୍କ ସମେତ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୭୮୧୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜୟପୁର ରୌରାଞ୍ଚଳର ଡକ୍ଟରସ୍ କଲୋନୀର ୪ଜଣ ରହିଥିବାବେଳେ ଜଣେ କୋରାପୁଟ ପୌରାଞ୍ଚଳ ପରଜା ସାହିର ବୋଲି ଜଣାପଡିଛି।