ଜିଲ୍ଲାପାଳଙ୍କ ସୀମାନ୍ତ ଚାଟୁଆ ଗସ୍ତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନନ୍ଦପୁର ବ୍ଲକ୍ ଗସ୍ତ କରି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଚାଟୁଆ ପଂଚାୟତରେ କଫି ଓ ଗୋଲମରିଚ ସମେତ ଛାୟା ବୃକ୍ଷ ରୋପଣ ପ୍ରକଳ୍ପର ପରିଦର୍ଶନ କରିଛନ୍ତି। ଚାଟୁଆ ପଂଚାୟତରେ ୩ଲକ୍ଷ କଫି ଚାରା ରୋପଣ ହେବାକୁ ଥିବା ଡୁରୁବା ଓ ବାଙ୍କମଝୋଲା ନର୍ସରୀ ଓ ଛାୟାବୃକ୍ଷ ମଧ୍ୟ ପରିଦର୍ଶନ କରିଛନ୍ତି । ଏହି ୨ଟି ପ୍ରକଳ୍ପ ମାଧ୍ୟମରେ ଆଗାମୀ ଦିନରେ କୋରାପୁଟ କଫିର ମୂଳ ଉତ୍ପାଦକ ଭାବେ ନନ୍ଦପୁର ବ୍ଲକ ସ୍ଥାନ ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ଚାଟୁଆ ପଂଚାୟତର ଦୁରୁବା ଗ୍ରାମର ୨୦ ହେକ୍ଟର ଜମିରେ ହୋଇଥିବା ଛାୟା ବୃକ୍ଷ ରୋପଣ, ୪ହେକ୍ଟର ଜମିରେ ଗୋଲମରିଚ ଓ ୮ହେକ୍ଟର ଜମିରେ କଫି ଚାଷ ପ୍ରକଳ୍ପ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, କଫି ଉନ୍ନୟନ ବୋର୍ଡର ଉପନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ ଓ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦାସ , ନନ୍ଦପୁର , ବିଡିଓ କୈଳାସ ଚନ୍ଦ୍ର ଶିଆଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ପାତ୍ର , କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ନାୟକ, ନନ୍ଦପୁର ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ଓ ସେମିଲିଗୁଡ଼ା ସହକାରୀ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁମନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।