ଆଇପିଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଦୀପ୍ତେଶ ପଟ୍ଟନାୟକ ଜେଲ ବିଭାଗ ଆଇଜି, ନରସିଂହ ଭୋଳ କେନ୍ଦ୍ରାଞ୍ଚଳ ଆଇଜି, ହିମାଂଶୁ ଲାଲ ପୂର୍ବାଞ୍ଚଳ ଆଇଜି ଓ ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ରାଜକିଶୋର ପାଇକରାୟ ଦେବଗଡ଼ ଏସପି ଓ ଡି ପି ତ୍ରିପାଠୀ କଟକ ରେଲୱେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି।