ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଭାରସାମ୍ୟ ହରାଇ ବର କନ୍ୟାକୁ ନେଇ ଯାଉଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଭାଗ୍ୟବଶତଃ କାରରେ ଥିବା ବର କନ୍ୟା ସମେତ ୪ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, କୋଲକାତାରୁ ମହମ୍ମଦ ୟାସିମ୍ ତାଇବା ପରବିନଙ୍କୁ ବିବାହ କରିବା ପାଇଁ ବଡ଼ବିଲ ଆସିଥିଲେ। ବିବାହ ସରିବା ପରେ ଉଭୟ ବର କନ୍ୟା କଲିକତାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଁଚି କାର ଭିତରେ ଫସିଥିବା ବର କନ୍ୟାଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି।