ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ବୁଧବାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ କାନ୍ଥରେ ଜିଲ୍ଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲ୍ଲାପାଳ କିଲିଡ୍ ପିଏ ଆଦି ସମ୍ମାନହାନି ସୂଚକ ମନ୍ତବ୍ୟ କାନ୍ଥରେ ଲେଖାଯାଇଛି। ପୂର୍ବରୁ ପୂର୍ବତନ ସାଂସଦ କଂଗ୍ରେସର ପ୍ରଦୀପ ମାଝୀ ପ୍ରେସ୍ମିଟ କରି ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହା ପରେ ଗତ ୨୮ ତାରିଖରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ମିଳିଥିଲା।