ବର୍ଷର ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ କେନ୍ଦ୍ର ତୈଳ ପ୍ରାକୃତିକ ଓ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପରେ ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ସୌନ୍ଦର୍ୟ୍ୟକରଣକୁ ନେଇ ପ୍ରଶଂସା କରିଛନ୍ତି। ସୌନ୍ଦର୍ୟ୍ୟକରଣରେ ବିଳମ୍ବ ହେଲେ ମଧ୍ୟ, ତଥାପି ଭଲ ହୋଇଛି ବୋଲି କହିଛନ୍ତି। ୩ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଠାକୁ ଆସିଥିଲେ। ନୂଆବର୍ଷରେ ଠାକୁରଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ବୋଲି ସେ କହିଛନ୍ତି।